କରୋନା ଅପଡେଟ୍‌: ଦେଶରେ ଆଉ ୩୯,୯୦୭ ନୂଆ ମାମଲା, ୫୪୬ ମୃତ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୯,୯୦୭ ନୂଆ ମାମଲା, ୫୪୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଗତି ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩୯,୯୦୭ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କରୋନା ମାମଲା ୩,୧୩,୩୨,୧୫୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଦେଶରେ ୪,୦୮,୯୭୭ ଚିକିତ୍ସାଧୀନ ରୋଗୀ ଅଛନ୍ତି, ଯାହା ମୋଟ ମାମଲାର ୧.୩୧ ପ୍ରତିଶତ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ କରୋନା ଯୋଗୁଁ ଆଉ ୫୪୬ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ି ୪,୨୦,୦୧୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ଆଉ ୩୫,୦୮୭ ଲୋକ ସୁସ୍ଥ ହୋଇଛନ୍ତି । ଏଯାବତ୍ ମୋଟ ୩,୦୫,୦୩,୧୬୬ ରୋଗୀ ସୁସ୍ଥ ହେଲେଣି । ଭାରତରେ ଆରୋଗ୍ୟ ହାର ୯୭.୩୫% ରହିଛି । ସାପ୍ତାହିକ ସଂକ୍ରମଣ ହାର ୨.୨୨% ଥିବା ବେଳେ ଦୈନିକ ସଂକ୍ରମଣ ହାର ୨.୪୦% ରହିଛି ।

ଦେଶରେ କରୋନା ବିରୋଧରେ ଟିକାକରଣ ଜାରି ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ଏଯାବତ୍ ମୋଟ ୪୨,୭୮,୮୨,୨୬୧ ଟିକା ଡୋଜ୍ ଦିଆଗଲାଣି ।