ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ : ୯୫ ପ୍ରତିଶତ ପୋଡିଯିବାରୁ ମୃତ୍ୟୁ | News Room Odisha

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ : ୯୫ ପ୍ରତିଶତ ପୋଡିଯିବାରୁ ମୃତ୍ୟୁ

ଭୁବନେଶ୍ୱର- ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ନିଆଁରେ ୯୫ ପ୍ରତିଶତ ପୋଡିହୋଇ ଯିବାରୁ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ ହୋଇଛି । ମୃତ୍ୟୁବେଳେ ସୌମ୍ୟଙ୍କ ପାକସ୍ଥଳୀ ସଂପୂର୍ଣ୍ଣ ଖାଲି ଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସୌମ୍ୟଙ୍କ ବାପା କହିଛନ୍ତି ଯେ, ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି । ବିଦ୍ୟାଭାରତୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।