ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗରେ ଆସନ୍ତାମାସ ୪ ତାରିଖରେ ଆଲୋଚନା | News Room Odisha

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗରେ ଆସନ୍ତାମାସ ୪ ତାରିଖରେ ଆଲୋଚନା

ପୁରୀ- ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦେବା ସଂପର୍କରେ ଆସନ୍ତାମାସ ୪ ତାରିଖରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ.ପି କେ. ବିଶାଲ ସିଂହ, ସିଡିଏମଓ ପ୍ରମୁଖ ଯୋଗ ଦେବେ । ବୈଠକର ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଜଣାଇଦିଆଯିବ । କୋଭିଡ ମହାମାରୀର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଗତ ତିନିମାସ ହେଲା ବନ୍ଦ ରହିଛି । କଟକଣା ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି ।