ସାମାନ୍ୟ ଗଣ୍ଡଗୋଳରୁ ବିଭତ୍ସ ହତ୍ୟା ଜଣେ ମୃତ, ଜଣେ ଗୁରୁତର | News Room Odisha

ସାମାନ୍ୟ ଗଣ୍ଡଗୋଳରୁ ବିଭତ୍ସ ହତ୍ୟା ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସହରର ଗୋବିନ୍ଦତୋଲାରେ ଘଟିଥିବା ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତିl ମୃତକ ହେଲେ ଚାରଭାଟିର ଦୀପକ ଯାଦବ(25)l ଭୁଜାଲି ମାଡରେ ଘଟଣାସ୍ଥଳରେ ତାଙ୍କ ମ୍ରୁତ୍ୟୁ ହୋଇଯାଇଛି । ସେପଟେ ଭୁଜାଲି ମାଡରେ ଗୁରୁତର ଆହତ ହୋଇଥିବା ବନିତ ଓରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପୁଲିସ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇଛିl ଘଟଣାସ୍ଥଳରେ ଦୁଇଟି ଭୁଜାଲି ପଡ଼ିଥିବା ବେଳେ ଧନୁପାଲି ପୁଲିସ ଏକ ହତ୍ୟା ମାମଲା ୠଜୁ କରି ଘଟଣାର ତଦନ୍ତ କରୁଛିl