ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ନେଇ ସୁପ୍ରିମକୋର୍ଟରେ ତୃତୀୟ ପିଟିସନ | News Room Odisha

ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ନେଇ ସୁପ୍ରିମକୋର୍ଟରେ ତୃତୀୟ ପିଟିସନ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ତୃତୀୟ ପିଟିସନ ଦାଖଲ ହୋଇଛି। ବରିଷ୍ଠ ସାମ୍ବାଦିକ ଏନ୍.ରାମ ଏବଂ ଶଶି କୁମାର ପଦାସୀନ କିମ୍ବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏହି ଗୁଇନ୍ଦାଗିରି ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଠାରୁ ସ୍ପଷ୍ଟୀକରଣ ତଲବ କରିବାକୁ ମଧ୍ୟ ଦାବି କରାଯାଇଛି। ଏହାପୂର୍ବରୁ ଓକିଲ ଏମ.ଏଲ୍ ଶର୍ମା ଏବଂ ସିପିଏମ୍ ର ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ।

ଇସ୍ରାଏଲର ଗୁଇନ୍ଦା ସଫ୍ଟଓୟାର ପେଗାସସ୍ ଦ୍ବାରା ଭାରତର ପ୍ରାୟ ୩୦୦ ହାଇ ପ୍ରୋଫାଇଲ୍ ବ୍ୟକ୍ତିଙ୍କ ଫୋନ୍ ଟାପିଂ ହୋଇଥିବା ଅଭିଯୋଗ ହୋଇଛି ।