କରୋନା ଅପଡେଟ୍: ଦେଶରେ ଆଉ ୪୩,୭୩୩ ନୂଆ ମାମଲା, ୯୩୦ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୪୩,୭୩୩ ନୂଆ ମାମଲା, ୯୩୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ଧରି ଦ୍ରୁତ ଗତିରେ ହ୍ରାସ ପାଇବା ପରେ ଆଜି ହଠାତ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୭୩୩ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ୯୩୦ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କୋଭିଡ୍ ମାମଲା ବର୍ତ୍ତମାନ ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୫୯ ହଜାର ୯୨୦ ସକ୍ରିୟ କରୋନା ମାମଲା ଥିବାବେଳେ ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ଲୋକ ସୁସ୍ଥ ହୋଇଛନ୍ତି। ଏଯାବତ ୪ ଲକ୍ଷ ୪ ହଜାର ୨୧୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୬,୧୩,୨୩,୫୪୮ ଲୋକଙ୍କ ଟୀକାକରଣ କରାଯାଇଛି। ଗତ ୨୪ ଘଣ୍ଟାରେ ୩୬,୦୫,୯୯୮ ଲୋକଙ୍କୁ କରୋନା ଟିକା ଦିଆଯାଇଛି।