ଦିଲ୍ଲୀରୁ ଧରାପଡିଲା ରେଳମନ୍ତ୍ରୀଙ୍କ ନକଲି ପିଏ | News Room Odisha

ଦିଲ୍ଲୀରୁ ଧରାପଡିଲା ରେଳମନ୍ତ୍ରୀଙ୍କ ନକଲି ପିଏ

ନୂଆଦିଲ୍ଲୀ -ଧରାପଡିଲା ମନ୍ତ୍ରୀଙ୍କ ନକଲି ପିଏ । ନିଜକୁ ରେଳ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଗୋପାଳ ଶତପଥୀ ନାମକ ଯୁବକ ଗିରଫ ହୋଇଛି । ଦିଲ୍ଲୀରୁ ତାକୁ ଗିରଫ କରାଯାଇଛି । ନିଜକୁ ମନ୍ତ୍ରୀ ପିଏ ବୋଲି କହି ଲୋକଙ୍କୁ ଚାକିରି ଓ ବଦଳି କରାଇନେବାକୁ କହି ଠକୁଥିଲା ଗୋପାଳ । ଭୁବନେଶ୍ୱର ରେଳକୁଞ୍ଜ ଜେନେରାଲ ମ୍ୟାନେଜରଙ୍କୁ ବଦଳି ନେଇ ଫୋନ୍ କରିଥିଲା ଗୋପାଳ । ଏହା ସହ କିଛି କର୍ମଚାରୀଙ୍କ ବଦଳି ନେଇ ଫୋନ୍ କରିଥିଲା ଗୋପାଳ ।