ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ ନେଇ ଏମିତି କହିଲେ ଡିଏମଇଟି | News Room Odisha

ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ ନେଇ ଏମିତି କହିଲେ ଡିଏମଇଟି

ଭୁବନେଶ୍ୱର – ଓଡିଶାରେ ସଂପୂର୍ଣ୍ଣ ଅନଲକ୍ କରାଯିବ ନାହିଁ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ତେଣୁ ରାଜ୍ୟ ଅନଲକ୍ ହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ । ବର୍ତ୍ତମାନର ଆଂଶିକ ଲକଡାଉନ ଅବଧି ଅଗଷ୍ଟ ପହିଲା ସକାଳ ୫ଟାରେ ଶେଷ ହେଉଛି । ଡିମଏଇଟି କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ କୋରୋନା ସ୍ଥିତି ସ୍ଥିର ରହିଛି । ଆଗ ଅପେକ୍ଷା ସ୍ଥିତିରେ ଉନ୍ନତ ହୋଇଛି । ଆଗ ପଜିଟିଭି ସଂଖ୍ୟା ୫ ଶହ ଉପରେ ରହୁଥିଲା । ଏବେ କୋରୋନା ପଜିଟିଭ ସଂଖ୍ୟା ୪ ଶହରେ ରହିଛି ।