ରାଜନୀତି ଛାଡ଼ିଲେ ବାବୁଲ୍ ସୁପ୍ରିୟୋ | News Room Odisha

ରାଜନୀତି ଛାଡ଼ିଲେ ବାବୁଲ୍ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ଦୁଇଥର ସାଂସଦ ନିର୍ବାଚିତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଶନିବାର ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମାସକ ମଧ୍ୟରେ ମୁଁ ସାଂସଦ ପଦରୁ ଇସ୍ତଫା ଦେବି ଏବଂ ପାଇଥିବା ସରକାରୀ ଘର ଖାଲି କରିବି।

ଗତ କିଛି ଦିନ ହେବ ରାଜନୀତିରୁ ତାଙ୍କର ସନ୍ନ୍ୟାସ ନେଇ କଳ୍ପନାଜଳ୍ପନା ଚାଲିଥିଲା। ସୋସିଆଲ ମିଡିଆରେ କ୍ରମାଗତ ପୋଷ୍ଟ ମାଧ୍ୟମରେ ସେ ଏଭଳି ସଙ୍କେତ ଦେଇ ଆସୁଥିଲେ। ବାବୁଲ ସୁପ୍ରିୟୋ ତାଙ୍କ ଫେସବୁକ ଆକାଉଣ୍ଟରେ ବଙ୍ଗାଳିରେ ରାଜନୀତିରୁ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।

ନିକଟରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବାବୁଲ ସୁପ୍ରିୟୋ ବି ଥିଲେ। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପରେ ସେ ନିଜ ପାଇଁ ଦୁଃଖିତ ବୋଲି କହିଥିଲେ ।