ଟୋକିଓ – ଦୀର୍ଘ ୪୧ ବର୍ଷ ପରେ ୮ ଥରର ସ୍ୱର୍ଣ୍ଣ ବିଜେତା ଭାରତ ଅଲିମ୍ପିକ୍ସ ହକିର ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୨୦୧୮ ବିଶ୍ୱକପ୍ ଚାମ୍ପିଅନ ବେଲଜିୟମକୁ ଭେଟିବ । ୧୯୮୦ ମସିହା ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାପରଠାରୁ ଆଉ କୌଣସି ଅଲିମ୍ପିକ୍ସରେ ସେମିଫାଇନାଲରେ ପଂହଚି ପାରି ନ ଥିଲା ।