ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୭୫୭ ନୂଆ କୋରୋନା ସଂକ୍ରମିତ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୫ | News Room Odisha

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୭୫୭ ନୂଆ କୋରୋନା ସଂକ୍ରମିତ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୭୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୩୬ ଓ ସ୍ଥାନୀୟ ଅଂଚଳରୁ ୩୨୧ ଚିହ୍ନଟ ହୋଇଛନ୍ତି । ଜିଲ୍ଲାମାନଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୭୫, ଖୋର୍ଦ୍ଧାରୁ ୭୦, କଟକରୁ ୬୭, ସୁନ୍ଦରଗଡରୁ ୫୨, ମୟୂରଭଞ୍ଜରୁ ୪୩, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୩୭, ବଲାଙ୍ଗିରରୁ ୩୫, ସମ୍ବଲପୁରରୁ ୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୩ ଓ ପୁରୀରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୧୨ ହଜାର ୫୪୫ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ୩ ଲକ୍ଷ ୨ ହଜାର ୭୯୬ ସୁସ୍ଥ ହୋଇସାରିଲେଣି । ୮ ହଜାର ୮୮ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୬ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

COVID-19