ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ ପରେ ଗୃହ ୩ଟା ଯାଏଁ ମୁଲତବୀ, ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍ | News Room Odisha

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ ପରେ ଗୃହ ୩ଟା ଯାଏଁ ମୁଲତବୀ, ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର- ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ ଅନର ଦିଆଗଲା ପରେ ଆରମ୍ଭ ହୋଇଥିଲା ଅଧିବେଶନ । ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖାଯାଇଛି । ଅପରାହ୍ନରେ ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ । କୋଭିଡ କଟକଣା ମଧ୍ୟରେ ଅଧିବେଶନ ବସିବ । ଏଥର ମଧ୍ୟ ପ୍ରଶ୍ନକାଳକୁ ବାଦ୍ ଦିଆଯାଇଛି । ସରକାର ଚଳିତ ଅଧିବେଶନରେ ୧୦ଟି ବିଲ୍ ଆଣିବେ । ଏଥର ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିଛି ।

Odisha Assembly