ଶିଶୁ ଯତ୍ନ ଅନୁଷ୍ଠାନରେ ବିବାହ ଉତ୍ସବ: ଜ୍ୟୋତିର ହାତ ଧରିଲେ ପ୍ରତିପାଲ | News Room Odisha

ଶିଶୁ ଯତ୍ନ ଅନୁଷ୍ଠାନରେ ବିବାହ ଉତ୍ସବ: ଜ୍ୟୋତିର ହାତ ଧରିଲେ ପ୍ରତିପାଲ

ସମ୍ବଲପୁର: ଛଞ୍ଚାନପାଲି ସ୍ଥିତ ରୁକ୍ମୁଣୀଲାଠ ବାଲ ନିକେତନ ପାଇଁ ଆଜିର ଦିନଟି ଥିଲା ସ୍ଵତନ୍ତ୍ର। ଏହି ଅନୁଷ୍ଠାନ ରେ ଆଜି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଅନ୍ତେବାସୀ ଜ୍ୟୋତିର ହାତ ଧରିଛନ୍ତି ବରଗଡ଼ର ପ୍ରତିପାଲ(ପ୍ରବୀଣ)। ପାରମ୍ପାରିକ ରୀତି ନୀତିରେ ଏହି ବିଭାଗ ସମ୍ପନ୍ନ ହୋଇଛି। ଆଜିର ଏହି ମାଙ୍ଗଳିକ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ପୂର୍ବତନ ବିଧାୟିକା ସମ୍ବଲପୁର ଡ଼. ରାଶେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଆଇସିଡିଏସ ପ୍ରୋଗ୍ରାମ ଅଫିସର ସବିତା ଦାସ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ବତେମୁରା ସମ୍ବଲପୁରର ଜ୍ୟୋତିବାଇ ଅଗ୍ରୱାଲ ଏବଂ ମଣ୍ଟୁ ଅଗ୍ରୱାଲ କନ୍ୟାଦାନ କରିଥିଲେ। ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲା ପ୍ରଶାସନ ତରଫରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।