ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ, କାମ ନ ହେବାରୁ କଲେ ଏଭଳି କାଣ୍ଡ | News Room Odisha

ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ, କାମ ନ ହେବାରୁ କଲେ ଏଭଳି କାଣ୍ଡ

ସମ୍ବଲପୁର- ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇଥିବା ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖାଯାଇଛି । ଅଫିସରେ ନିଆଁ ଲଗାଇବା ପରେ ସୋସିଆଲ ମିଡିଆରେ ଏହାର ଫଟୋ ଅପଲୋଡ କରିଥିଲେ ସଂପୃକ୍ତ ଯୁବକ ।

ଅଭିଯୁକ୍ତ ଯୁବକ ରାଜୀବ କିଶାନ ନିଜର ଅପରାଧ ସ୍ୱୀକାର କରିଥିବା ପୋଲସ କହିଛି । ତହସିଲ ଅଫିସରେ ନିଆଁ ଲାଗିବା ଫଳରେ କେତେକ ଆସବାବପତ୍ର ପୋଡିଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ନିଜର କାମ ନ ହେବାରୁ ଯୁବକ ଜଣକ ଅଫିସରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି ।