ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଓ କ୍ରୀଡା ବିଭାଗର ସମୀକ୍ଷା ବୈଠକ କଲେ ବିଭାଗୀୟ ମନ୍ତ୍ରୀ, ନୂଆ କ୍ରୀଡାନୀତି ଓ ୱେବ୍ ପୋର୍ଟାଲ୍ ଓଡିଶା ୱାନ ଲୋକାର୍ପଣ ବାବଦରେ ଆଲୋଚନା | News Room Odisha

ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଓ କ୍ରୀଡା ବିଭାଗର ସମୀକ୍ଷା ବୈଠକ କଲେ ବିଭାଗୀୟ ମନ୍ତ୍ରୀ, ନୂଆ କ୍ରୀଡାନୀତି ଓ ୱେବ୍ ପୋର୍ଟାଲ୍ ଓଡିଶା ୱାନ ଲୋକାର୍ପଣ ବାବଦରେ ଆଲୋଚନା

ଭୁବନେଶ୍ୱର- ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କ୍ରୀଡା ଓ ଯୁବସେବା ବିଭାଗ ସମୀକ୍ଷା ବୈଠକରେ ନୂଆ କ୍ରୀଡାନୀତିର ଶୀଘ୍ର ପ୍ରଣୟନ ଉପରେ ଆଲୋଚନା ହୋଇଛି ।

ଏଥିସହିତ ବୁକିଂ ସୁବିଧା, ୱେଟେଜ୍ ସାର୍ଟିଫିକେଟ, କ୍ରୀଡାବିତଙ୍କ ପରିଚୟ ପତ୍ର ଓ ଅଭାବୀ କ୍ରୀଡାବିତଙ୍କ ପେନସନ ଆଦି ଯୋଜନା ଅନଲାଇନ ଜରିଆରେ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ କ୍ରୀଡାକୁ ବାଧ୍ୟତାମୂଳକ ବିଷୟରେ ସାମିଲ କରିବା ନେଇ ବର୍ତମାନର ସ୍ଥିତି ସଂପର୍କରେ ବିଭାଗୀୟ ଶାସନ ସଚିବ ବିଶାଲ କୁମାର ଦେବ, ମନ୍ତ୍ରୀ ତୁଷାର ବେହେରାଙ୍କୁ ଅବଗତ କରାଇଥିଲେ ।

ଏଥିସହିତ ନିକଟରେ ପ୍ରତିଷ୍ଠା ହୋଇଥିବା ହାଇପରଫର୍ମାନ୍ସ ସେଂଟରଗୁଡିକର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ବେହେରା ସଚିବ ଶ୍ରୀ ଦେବଙ୍କ ସହିତ ବିଷଦ ଆଲୋଚନା କରିଥିଲେ ।

ସେହିପରି ମନ୍ତ୍ରୀ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ଓ ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ଏକ ଭର୍ଚୁଆଲ ସମୀକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ । ଏଥିସହିତ ଓଡିଶା ରାଜ୍ୟ ଡାଟା ସେଂଟର,ଷ୍ଟେଟ୍ ଡାସବୋର୍ଡ ଓ ସମସ୍ତ ଜନକଲ୍ୟାଣ ସେବା ଗୋଟିଏ ଅନଲାଇନ୍ ଫ୍ଲାଟଫର୍ମ ଜରିଆରେ ଉପଲବ୍ଧ ହେବା ଭଳି ୱେବ୍ ପୋର୍ଟାଲ୍ ଓଡିଶା –ୱାନ୍ ର ଶୀଘ୍ର ଲୋକାର୍ପଣ ନେଇ ଆଲୋଚନା କରିଥିଲେ ।