କରୋନା ଅପଡେଟ୍‌: ଦେଶରେ ଆଉ ୪୬,୨୩୨ ଆକ୍ରାନ୍ତ, ୫୬୪ ମୃତ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୪୬,୨୩୨ ଆକ୍ରାନ୍ତ, ୫୬୪ ମୃତ

ନୂଆଦିଲ୍ଲୀ – ଭାରତରେ ଦୈନିକ କରୋନା ସଂକ୍ରମଣ ଗତ ତିନି ଦିନ ଧରି ୪୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୬,୨୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ଲକ୍ଷ ୫୦ ହଜାରରେ ପହଞ୍ଚିଛି । ଦିନକରେ କରୋନାରେ ଆଉ ୫୬୪ ଜଣଙ୍କ ମୃତ୍ୟୁ ହୋଇଛି ।

କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଆଉ ୪୯,୭୧୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ହୋଇଥିବା େବେଳ ମୃତ୍ୟ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬କୁ ବୃଦ୍ଧି ପାଇଛି । ଦେଶରେ ଏଯାବତ ୮୪ ଲକ୍ଷ ୭୮ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ମୋଟ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୩୯ ହଜାର ୭୪୭ ରହିଛି ।

COVID-19