ଦକ୍ଷିଣ ଆଫ୍ରିକାର ଆଉ ଜଣେ ଖେଳାଳି ପଜିଟିଭ୍ | News Room Odisha

ଦକ୍ଷିଣ ଆଫ୍ରିକାର ଆଉ ଜଣେ ଖେଳାଳି ପଜିଟିଭ୍

କେପ୍ ଟାଉନ୍ – ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳକୁ ଏବେ କରୋନା ଚିନ୍ତା ଘାରିଛି । ଶୁକ୍ରବାର ଦଳର ଆଉ ଜଣେ ଖେଳାଳି କରୋନା ପଜିଟିଭ୍ ହୋଇଛନ୍ତି । ଉଭୟ ଦଳ ରହୁଥିବା ହୋଟେଲରୁ ଆକ୍ରାନ୍ତ ଖେଳାଳିଙ୍କୁ ଏକ ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଏକ ଆନ୍ତଃଦଳ ଅଭ୍ୟାସ ମ୍ୟାଚକୁ ମଧ୍ୟ ବାତିଲ କରାଯାଇଛି । ଦକ୍ଷିଣ ଆଫ୍ରିକା ଦଳରେ ଏବେ କରୋନା ସଂକ୍ରମିତ ଖେଳାଳିଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ପୂର୍ବରୁ ଜଣେ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇ ଖେଳାଳି ଆଇସୋଲେସନରେ ରହିଥିଲେ ।

ଦ୍ୱିତୀୟ ରାଉଣ୍ଡ ଟେଷ୍ଟ ପରେ ଏବେ ଦଳରେ ଆଉ ଜଣେ ଖେଳାଳି ପଜିଟିଭ୍ ଥିବା ଜଣାପଡିଥିଲା । ସଂକ୍ରମିତ ଖେଳାଳିଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ।

ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ତିନୋଟି ଟି୨୦ ଓ ସମାନ ସଂଖ୍ୟକ ଦିନିକିଆ ଖେଳାଯିବ । ଟି୨୦ ସିରିଜ ନଭେମ୍ବର ୨୭ରୁ ଆରମ୍ଭ ହେବ । ସବୁ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ । ସେପଟେ ଇଂଲଣ୍ଡ ଦଳ କେପ୍ ଟାଉନରେ ପହଞ୍ଚିବା ପରେ ଦଳର ସବୁ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ତେବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା ।

South African player is Covid-19 positive