ରେଳରୋକ ଆନ୍ଦୋଳନ ବନ୍ଦ କରିବେ ପଞ୍ଜାବ ଚାଷୀ | News Room Odisha

ରେଳରୋକ ଆନ୍ଦୋଳନ ବନ୍ଦ କରିବେ ପଞ୍ଜାବ ଚାଷୀ

ଚଣ୍ଡିଗଡ଼ –ରେଳରୋକ ଆନ୍ଦୋଳନ ବନ୍ଦ କରିବାକୁ ପଞ୍ଜାବର ବିଭିନ୍ନ କୃଷକ ସଂଗଠନ ରାଜି ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ରାଜ୍ୟର ବିଭିନ୍ନ କୃଷକ ସଂଗଠନ ଗତ ଦୁଇମାସ ଧରି ରେଳରୋକ ଆନ୍ଦୋଳନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ଆଲୋଚନା ପରେ କୃଷକ ସଂଗଠନ ଗୁଡିକ ନଭେମ୍ବର ୨୩ରୁ ରେଳରୋକ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି ।

ନଭେମ୍ବର ୨୩ରୁ ରାଜ୍ୟରେ ସବୁ ପାସେଞ୍ଜର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ । କିଛିଦିନ ତଳେ ସେମାନେ ମାଲବାହୀ ଟ୍ରେନ ଛାଡ଼ିବାକୁ ରାଜି ହୋଇଥିଲେ । କୃଷି ଆଇନକୁ ବିରୋଧ କରି ଗତ ସେପ୍ଟେମ୍ବର ୨୪ରୁ କୃଷକ ସଂଗଠନ ଗୁଡିକ ରେଳରୋକ ଆନ୍ଦୋଳନର ଡାକରା ଦେଇଥିଲେ । କୃଷକଙ୍କ ଆନ୍ଦୋଳନ ଯୋଗୁଁ  ଭାରତୀୟ ଶିଳ୍ପକ୍ଷେତ୍ରକୁ ପ୍ରାୟ ୩୦,୦୦୦ କୋଟି କ୍ଷତି ହୋଇଛି ।