ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ସଙ୍କଟାପନ୍ନ | News Room Odisha

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ସଙ୍କଟାପନ୍ନ

ଗୁଆହାଟି – ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଛି । ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସବୁ ଅଚଳ ହୋଇପଡିଛି । ନିଶ୍ୱାସ ପ୍ରଶାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁଁ ଗୋଗୋଇ ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଯୋଗୁଁ ଏହି ୮୬ ବର୍ଷୀୟ କଂଗ୍ରେସ ନେତା ନଭେମ୍ବର ୨ରୁ ଚିକିତ୍ସାଧୀନ ଅଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଗୋଗୋଇଙ୍କ ପୁଅ ତଥା ଲୋକସଭା ସାଂସଦ ଗୌରବ ଗୋଗୋଇ, ଆସାମ ମୁଖ୍ୟ ସଚିବ ଜିଷ୍ଣୁ ବରୁଆ ଓ କଂଗ୍ରେସର ଅନେକ ବରିଷ୍ଠ ନେତା ହସ୍ପିଟାଲରେ ପହଞ୍ôଚ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି । ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଗୋଗୋଇ ଅଗଷ୍ଟ ୨୫ରେ କରୋନାରେ ସଂକ୍ରମିତ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ନଭେମ୍ବର ୨ରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Former Assam Chief Minister Tarun Gogoi