ପୁରୀର ନୂଆ ଏସପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ | News Room Odisha

ପୁରୀର ନୂଆ ଏସପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ

ପୁରୀ- ପୁରୀର ନୂଆ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କନୱର ବିଶାଲ ସିଂହ । ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ପୁରୀକୁ ଅପରାଧମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ନୂଆ ଏସପି ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ପିପିଲ ହାଜତ ନିର୍ଯାତନା ମାମଲାର ତଦନ୍ତ କେନ୍ଦ୍ରାଚଂଳ ଡିଆଇଜି କରୁଛନ୍ତି । ପୋଲିସ ମୁଖ୍ୟାଳୟକୁ ଖୁବଶୀଘ୍ର ଏହାର ରିପୋର୍ଟ ଦିଆଯିବ । ଅଂଳା ନବମୀ ଓ ନାଗାର୍ଜୁନ ବେଶ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଶାଲ ସିଂହ କହିଛନ୍ତି ।