ବିରୋଧୀଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ ୨୪ ଦଳ | News Room Odisha

ବିରୋଧୀଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ ୨୪ ଦଳ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ହରାଇବା ଲକ୍ଷ୍ୟରେ ବିରୋଧୀ ଏକତା ପ୍ରୟାସ କ୍ରମେ ଆସନ୍ତା ଜୁଲାଇ ୧୭ ଓ ୧୮ରେ ବେଙ୍ଗାଲୁରୁରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଗ୨୪ଟି ଦଳ ଯୋଗଦେବା ସମ୍ଭାବନା ରହିଛି |

କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ମଧ୍ୟ ଜୁଲାଇ ୧୭ରେ ବିରୋଧୀ ଦଳ ନେତାଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି ।

ଏହି ବୈଠକରେ ଏମଡିଏମକେ, କେଡିଏମକେ, ଭିସିକେ, ରିଭୋଲ୍ୟୁସନାରି ସୋସିଆଲିଷ୍ଟ ପାର୍ଟି (ଆରଏସପି), ଫରୱାର୍ଡ ବ୍ଲକ୍, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଏବଂ କେରଳ କଂଗ୍ରେସ (ମଣି) ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

ବିରୋଧୀ ଏକତା ପ୍ରୟାସର ଏକ ଅଂଶ ଭାବେ ଜୁନ୍ ୨୩ରେ ବିହାରର ରାଜଧାନୀ ପାଟନାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୧୫ଟି ଦଳ ଅଂଶଗ୍ରହଣ କରିଥିଲେ। ପାରିବାରିକ କାର୍ଯ୍ୟକ୍ରମ ଯୋଗୁଁ ରାଷ୍ଟ୍ରୀୟ ଲୋକ ଦଳ ସଭାପତି ଜୟନ୍ତ ଚୌଧୁରୀ ପାଟନା ବୈଠକରେ ଯୋଗ ଦେଇପାରିନଥିଲେ।

ବିରୋଧୀଙ୍କ ବୈଠକରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୧୭ ଏବଂ ୧୮ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ ବୋଲି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଆଶା ବ୍ୟକ୍ତ କରିଛନ୍ତି ।