ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଉଠିପାରେ ଟିକା ପ୍ରସଙ୍ଗ | News Room Odisha

ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଉଠିପାରେ ଟିକା ପ୍ରସଙ୍ଗ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟଗୁଡିକରେ କରୋନା ସ୍ଥିତି ଓ ତଦଜନିତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇପାରେ ।

ଏହାଛଡ଼ା ଏହି ଭର୍ଚୁଆଲ ବୈଠକରେ ଦେଶରେ କରୋନ ଟିକା ବିତରଣ ଯୋଜନା ଉପରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି । ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହେବ । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବୈଠକରେ ଦେଶର ସର୍ବାଧିକ କରୋନା ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ସେହିପରି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ।

ଦେଶରେ ଗତ ୧୬ ଦିନ ଧରି ଦୈନିକ କରୋନା ମାମଲା ୪୦ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ କିଛି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଫଳରେ କିଛି ଦେଶର କିଛି ବଡ଼ ସହରରେ ପୁଣି ରାତ୍ରୀକାଳିନ କଫ୍ରୁ୍ୟ ଲାଗୁ କରାଯାଇଛି । କରୋନା ଟିକା ଉପଲବ୍ଧ ହେଲେ ତାହା କିଭଳି ସୂଚାରୁ ରୂପେ ବଣ୍ଟନ କରାଯିବ ସେନେଇ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି । ଭାରତରେ ବର୍ତ୍ତମାନ ପାଞ୍ଚ କରୋନା ଟିକା ତିଆରି ଚାଲିଛି । ଏଗୁଡିକର ପରୀକ୍ଷଣ ଶେଷ ପର୍ଯ୍ୟାୟର ପହଞ୍ଚିଛି ।

PM Narendra Modi