ରାଜ୍ୟର କିଛି ସ୍ଥାନରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୮ଟି ସହର, ସୋନପୁର ସବୁଠୁ ଥଣ୍ଡା  | News Room Odisha

ରାଜ୍ୟର କିଛି ସ୍ଥାନରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୮ଟି ସହର, ସୋନପୁର ସବୁଠୁ ଥଣ୍ଡା 

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇ ପ୍ରବଳ ଶୀତ ଅନୁଭୂତ ହେଉଛି । ୧୫ ଡିଗ୍ରୀ ତଳେ ରହିଛି ୮ଟି ସହର । ୧୧ ଦଶମିକ ୨ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ଶୀତଳ ସହର ହୋଇଛି । ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୨ ଦଶମିକ ୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାରେ ୧୨ ଦଶମିକ ୫ ଡିଗ୍ରୀ , ବାରିପଦା ଓ ଭବାନୀପାଟଣାରେ ୧୩ ଦଶମିକ ୨ ଡିଗ୍ରୀ, କେନ୍ଦୁଝରରେ ୧୩ ଦଶମିକ ୪ ଓ ଅନୁଗୁଳରେ ୧୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Cold Wave