ଗତ ତିନି ବର୍ଷରେ ରାଜ୍ୟରେ ୨୪୫ ହାତୀଙ୍କ ମୃତ୍ୟୁ : ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ | News Room Odisha

ଗତ ତିନି ବର୍ଷରେ ରାଜ୍ୟରେ ୨୪୫ ହାତୀଙ୍କ ମୃତ୍ୟୁ : ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର – ବିଧାନସଭାରେ ରାଜ୍ୟରେ ହାତୀ ମୃତ୍ୟୁ ସଂପର୍କିତ ତଥ୍ୟ ଦେଇଛନ୍ତି ସରକାର । ଗତ ୩ ବର୍ଷରେ ରାଜ୍ୟରେ ୨୪୫ଟି ହାତୀଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ ୭୭ଟି, ୨୦୨୧-୨୨ରେ ୮୬ଟି ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଜଙ୍ଗଲ ଓ ପ୍ରଦୀପ ଅମାତ ଗୃହରେ ସୂଚନା ଦେଇଛନ୍ତି । ଗତ ୩ ବର୍ଷରେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩୫ଟି ହାତୀଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୧୦ ବର୍ଷରେ ରାଜ୍ୟରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି । ଶିକାରୀଙ୍କ ଦ୍ବାରା ୩୪, ଦୁର୍ଘଟଣାରେ ୩୬ ହାତୀ ମୃତ । ଗତ ୩ ବର୍ଷରେ ୨୪୫ ହାତୀଙ୍କ ଜୀବନ ଯାଇଛି ।