ରାଜ୍ୟ କୋରୋନା ଅପଡେଟ୍ : ୬୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୬୯ | News Room Odisha

ରାଜ୍ୟ କୋରୋନା ଅପଡେଟ୍ : ୬୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୬୯

ଭୁବନେଶ୍ୱର- ରାଜ୍ୟରେ ଆଉ ୬୪୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୭୪ ଓ ସ୍ଥାନୀୟ ଅଂଚଳରୁ ୨୬୮ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୭୦, ନୂଆପଡା ଜିଲ୍ଲାରୁ ୬୯, ସୁନ୍ଦରଗଡରୁ ୬୬, ଖୋର୍ଦ୍ଧା ଜିଲ୍ଲାରୁ ୬୨, ଅନୁଗୁଳରୁ ୪୬, ମୟୂରଭଞ୍ଜରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୨୬, ପୁରୀରୁ ୧୭ ଓ ଗଞ୍ଜାମରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୧ ହୋଇଥିବା ବେଳେ ୩ ଲକ୍ଷ ୬ ହଜାର ୭୨୬ ସୁସ୍ଥ ହୋଇସାରିଲେଣି । ୬ ହଜାର ୮୨୧ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୪ ରୋଗୀ ପ୍ରାଣ ହରାଇଛନ୍ତି ।

COVID-19