ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ଉଦ୍ୟମ | News Room Odisha

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ଉଦ୍ୟମ

ସମ୍ବଲପୁର: ଆଗକୁ ପ୍ରଚଣ୍ଡ ଥଣ୍ଡାକୁ ଆଖୁ ଆଗରେ ରଖୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ PD – DRDA ସମ୍ମିଳନ କକ୍ଷରେ ” ଚଳିତ ଥଣ୍ଡାରେ କୌଣସି ଛୁଆ ଯେପରି ଖୋଲା ଆକାଶ ତଳେ ଶୋଇବେ ନାହିଁ ” ବିଷୟରେ ସମ୍ବଲପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନମାନଙ୍କ ସହିତ ପ୍ରଶାସନିକ ଅଧୁକାରୀଙ୍କ ସହିତ ଆଲୋଚନା ହୋଇଥିଲା ।

ଚଳିତ କରୋନା ମହାମାରୀ ସମୟରେ ଏହି ମହାନ କାର୍ଯ୍ୟରେ ସମସ୍ତ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା ତଥା କିଛି ବିଷୟ ଉପରେ ଆଲୋକପାତ କରିବାକୁ ସାମାଜିକ ସଂଗଠନମାନେ ଅନୁରୋଧ କରିଥିଲେ ।

ପ୍ରଶାସନ ପକ୍ଷରୁ ସମ୍ବଲପୁର ସହରରେ ଦୁଇଟି , ବୁର୍ଲାରେ ଓ ହୀରାକୁଦରେ ଗୋଟିଏ ଲେଖାଏଁ ରାତ୍ରୀ ଆଶ୍ରୟ ସ୍ଥଳୀ ବ୍ୟବସ୍ଥା କରିବାକୁ ସ୍ଥିରିକୃତ ହେଲା ଏବଂ ଲୋକ ମାନେ ଯେପରି ଏହି ସୁବିଧା ବିଷୟରେ ଜାଣିପାରିବେ ବ୍ୟାପକ ପ୍ରଚାର ପ୍ରସାର ଓ ଏକ ହେକ୍ସ ଲାଇନ ନମ୍ବର ଜାରି କରାଯିବାକୁ ସ୍ଥିରିକୃତ ହେଲା ।