ନାବାଳିକା ଝିଅର ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳତାର ପ୍ରତିବାଦରେ ବାପା ମାଆଙ୍କ ଆତ୍ମାହୂତି ଉଦ୍ୟମ | News Room Odisha

ନାବାଳିକା ଝିଅର ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳତାର ପ୍ରତିବାଦରେ ବାପା ମାଆଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର- ବିଧାନସଭା ଆଗରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଧାନସଭା ଆଗରେ ଦଂପତି ପେଟ୍ରୋଲ ଢାଳି ଆତ୍ମାହୂତି ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିଛନ୍ତି ।

ନାବାଳିକା ଝିଅ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ କରି ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ ବାପା ଓ ମାଆ । ଦଂପତିଙ୍କ ଅଭିଯୋଗ ଯେ, ତାଙ୍କ ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

କିନ୍ତୁ ପୋଲିସଠାରୁ ସେମାନଙ୍କୁ ନ୍ୟାୟ ମିଳିନାହିଁ । ଦୋଷୀଙ୍କୁ ଧରିବାରେ ପୋଲିସ ହେଳା କରୁଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ପୋଲିସର ଅପାରଗତାକୁ ସାମ୍ନାକୁ ଆଣିବା ପାଇଁ ସେମାନେ ଏଭଳି କରିଥିବା କହିଛନ୍ତି ବାପା ମାଆ ।