ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ କୋରୋନା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକା ବିତରଣ ପାଇଁ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ ପାଇଁ ରାଜ୍ୟଙ୍କୁ ପରାମର୍ଶ | News Room Odisha

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ କୋରୋନା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକା ବିତରଣ ପାଇଁ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ ପାଇଁ ରାଜ୍ୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ- ଦେଶରେ କୋରୋନା ପରିସ୍ଥିତି ଓ ଟିକା ବିତରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଭଚ୍‌ୁର୍ଆଲ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଥିବା ସବୁ ଟିକା ଉପରେ ନଜର ରଖିଛନ୍ତି । ଟିକା ଉପଲବ୍ଧ ହେଲେ ଏହା ଯେପରି ଦେଶର ପ୍ରତିଟି ନାଗରିକକୁ ମିଳିବ ସେନେଇ ପ୍ରସ୍ତୁତି କରାଯାଉଛି । ଏହା ଆମ ପାଇଁ ଏକ ଜାତୀୟ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟିକା ସଂରକ୍ଷଣ ପାଇଁ ସବୁ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣର ଆବଶ୍ୟକତା ରହିଛି । କୋଭିଡ୍‌-୧୯ ଟିକା ବିତରଣକୁ ବ୍ୟବସ୍ଥିତ କରିବା ପାଇଁ ସବୁ ଜିଲ୍ଲା ଓ ବ୍ଲକ ସ୍ତରରେ ଟାସ୍କଫୋର୍ସ ଗଠନ କରିବାକୁ ମୋଦି ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ସବୁ ସମସ୍ତଙ୍କର ମିଳିତ ଉଦ୍ୟମର ଫଳସ୍ୱରୂପ ଆଜି ଭାରତର ସ୍ଥିତି ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭଲ ରହିଛି । ସୁସ୍ଥ ହାର ଓ କମ୍ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ ଅନ୍ୟଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ଦୁଇଟି ପ ର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସେ ୮ଟି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ମୋଦି ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ସମ୍ମୁଖଭାଗ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ କର୍ମୀ, ସଫେଇ କର୍ମଚାରୀମାନେ ଟିକା ପାଇବେ । ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ନାଗରିକ ଓ ଚତୁର୍ଥ ପର୍ଯ୍ୟାୟରେ ଅନ୍ୟ ରୋଗଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତଥାପି ମୃତ୍ୟୁ ହାର ୧% ରୁ ଯେଭଳି କମ୍ ହେବ ତାହା ନିଶ୍ଚିତ କରିବାକୁ ହେବ । ଏଥିପାଇଁ ଆରଟି-ପିସିଆର ଟେଷ୍ଟ ବଢାଇବାକୁ ସେ ରଜ୍ୟମାନଙ୍କୁ କହିଛନ୍ତି ।

COVID-19 VaccinePM Narendra Modi