ରାଜ୍ୟରେ ଗତ ୨୪ ଘଂଟାରେ ୭୩୦ ନୂଆ କୋରୋନା ସଂକ୍ରମିତ, ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୬୮ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୭୩୦ ନୂଆ କୋରୋନା ସଂକ୍ରମିତ, ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୬୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୧୯ ଓ ସ୍ଥାନୀୟ ଅଂଚଳରୁ ୩୧୧ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୬୮, ଖୋର୍ଦ୍ଧା ଜିଲ୍ଲାରୁ ୬୫, ସୁନ୍ଦରଗଡରୁ ୫୭,ବାଲେଶ୍ୱରରୁ ୫୩, କଟକରୁ ୪୯, ନୂଆପଡାରୁ ୪୬, ଅନୁଗୁଳରୁ ୪୪, ବଲାଙ୍ଗିରରୁ ୪୦, କେନ୍ଦୁଝରୁ ୪୦, କଳାହାଣ୍ଡିରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨୯ ଓ ଗଞ୍ଜାମ ଜିଲ୍ଲାରୁ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୬ହଜାର ୧କୁ ବୃଦ୍ଧି ପାଇଛି । ୩ ଲକ୍ଷ ୭ ହଜାର ୩୭୪ ଜଣ ସୁସ୍ଥ ହୋଇସାରିଲେଣି । ୬ ହଜାର ୮୮୭ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେପଟେ ରାଜ୍ୟରେ ଦିନକରେ ଆଉ ୧୬ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

COVID-19