ଆଜି ଭାରତ ବନ୍ଦ, ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକଙ୍କ ପିକେଟିଂ ଓ ରାସ୍ତାରୋକ, ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ | News Room Odisha

ଆଜି ଭାରତ ବନ୍ଦ, ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକଙ୍କ ପିକେଟିଂ ଓ ରାସ୍ତାରୋକ, ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ୱର- ଆଜି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରର କୃଷି ଆଇନ ଓ ବିଭିନ୍ନ ଜନବିରୋଧୀ ନୀତି ବିରୋଧରେ ବନ୍ଦ ପାଳନ କରାଯାଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖାଯାଇଛି । ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଗାଡ ମୋଟର ଚଳାଚଳ ବନ୍ଦ ରହିଛି । ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ପିକେଟିଂ ଓ ରାସ୍ତାରୋକ କରାଯାଇଛି ।

ଏହି ବନ୍ଦକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଥିବା ନେଇ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକମାନେ ପିକେଟିଂ କରୁଛନ୍ତି । ବନ୍ଦ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କମିଶନରେଟ ପୋଲିସ କହିଛି ।