ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିରୋଧରେ ଦ୍ୱିତୀୟ ଦିନରେ ବି ଭିଜିଲାନ୍‌ସ ଚଢାଉ ଜାରି, ୧୨ଟି ସ୍ଥାନରେ ରେଡ୍ | News Room Odisha

ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିରୋଧରେ ଦ୍ୱିତୀୟ ଦିନରେ ବି ଭିଜିଲାନ୍‌ସ ଚଢାଉ ଜାରି, ୧୨ଟି ସ୍ଥାନରେ ରେଡ୍

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିଭିନ୍ନ ଠିକଣାରେ ଲଗାତର ଦ୍ୱିତୀୟ ଦିନ ବି ଚଢାଉ ଚାଲିଛି । ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ପାଠକଙ୍କ ସରକାରୀ ବାସଭବନରେ ରାତିସାରା ଛକି ବସିଥିଲା ଭିଜିଲାନଓ ।

ଓଡିଶା ଇତିହାସରେ ସବୁଠାରୁ ବଡ କୁହାଯାଉଥିବା ଏହି ଭିଜିଲାନ୍ସ ଚଢାଉରେ ଦେଢ ଶହ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଗତକାଲି ରାଜ୍ୟ ଓ ରାଜ୍ୟ ବାହାରେ ପୂର୍ବାହ୍ନରେ ଭିିଜିଲାନ୍ସ ଚଢାଉ ଆରମ୍ଭ ହୋଇଥିଲା ।

୧୯୮୭ ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ପ୍ରଚୁର ପରିମାଣର ଟଙ୍କା ସଂପର୍କରେ ଟେର ପାଇଥିଲା ଭିଜିଲାନସ୍ । ଲକ୍‌ଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ସେ ଓ ତାଙ୍କ ପୁଅ ଭୁବନେଶ୍ୱରରୁ ଭାରତର ଅନ୍ୟ ସ୍ଥାନକୁ ଯାଉଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ଅଭୟକାନ୍ତଙ୍କ ସଂପତି ସାମ୍ରାଜ୍ୟ ଖୋଜି ବାହାର କରିବାରେ ଲାଗିଛି ଭିଜିଲାନ୍ସ ।

Odisha VigilanceVigilance Raids