ଘାଟି ତଳକୁ ଖସିଲା ବସ୍, ୨୫ ମୃତ | News Room Odisha

ଘାଟି ତଳକୁ ଖସିଲା ବସ୍, ୨୫ ମୃତ

ଲିମା: ଉତ୍ତର ପେରୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ରାଜଧାନୀ ଲିମା ଠାରୁ ପେରୁ ଉପକୂଳବର୍ତ୍ତୀ ମରୁଭୂମି ସହର ତୁମ୍ବେସକୁ ଯାଉଥିଲା ବେଳେ ଇକ୍ୟୁଏଡର ସୀମା ନିକଟରେ ଶନିବାର ଘାଟି ତଳକୁ ଖସିପଡ଼ିଥିଲା । ବସରେ ୬୦ ଜଣ ଯାତ୍ରୀ ଥିଲେ ।

ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ‌। ଆହତ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ | ସେ କହିଛନ୍ତି ଯେ ଦୁର୍ଘଟଣାର କାରଣ ପୋଲିସ ଯାଞ୍ଚ୍ କରୁଛି।