ଡିସେମ୍ବର ୧ରୁ ରାଜ୍ୟରେ ଖୋଲିବ ସମସ୍ତ ମେଡିକାଲ କଲେଜ | News Room Odisha

ଡିସେମ୍ବର ୧ରୁ ରାଜ୍ୟରେ ଖୋଲିବ ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର – ଡିସେମ୍ବର ପହିଲାରୁ ରାଜ୍ୟରେ ସବୁ ମେଡିକାଲ କଲେଜ୍ ଖୋଲିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କରୋନା ଗାଇଡଲାଇନ ପାଳନ ପୂର୍ବକ ମେଡିକାଲ କଲେଜ ଖୋଲାଯିବ । ମେଡିକାଲ କଲେଜ କର୍ତ୍ତୃପକ୍ଷମାନେ କଡ଼ାକଡ଼ି ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବାକୁ କୁହାଯାଇଛି । ଏହାଛଡ଼ା ନ୍ୟାସନାଲ ମେଡିକାଲ କାଉନସିଲ ପକ୍ଷରୁ ଜାରି ହୋଇଥିବା ପରାମର୍ଶକୁ ମଧ୍ୟ ସମସ୍ତ ମେଡିକାଲ କଲେଜ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି । କରୋନା ଯୋଗୁଁ ରାଜ୍ୟରେ ପ୍ରାୟ ୬ ମାସ ଧରି ସବୁ ମେଡିକାଲ କଲେଜ୍ ବନ୍ଦ ରହିଥିଲା । ଏବେ ସବୁ ମେଡିକାଲ କଲେଜରେ ପାଠପଢ଼ା ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।