ଆତ୍ମାହୂତି ଉଦ୍ୟମ ଘଟଣାକୁ ଦେଖି ବିଧାନସଭା ପରିସରରେ ସୁରକ୍ଷା ବୃଦ୍ଧି | News Room Odisha

ଆତ୍ମାହୂତି ଉଦ୍ୟମ ଘଟଣାକୁ ଦେଖି ବିଧାନସଭା ପରିସରରେ ସୁରକ୍ଷା ବୃଦ୍ଧି

ଭୁବନେଶ୍ୱର- ବାରମ୍ବାର ଆତ୍ମାହୂତି ଉଦ୍ୟମ ଘଟଣାକୁ ଦୃଷ୍ଟିରେ ରଖି ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବିଧାନସଭା ଚାରିପଟକୁ ବନ୍ଦ କରିଛି କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ପାସ୍ ଥିବା ବ୍ୟକ୍ତି ହିଁ ରାସ୍ତା ଦେଇ ପ୍ରବେଶ କରିପାରିବେ । ସେହିପରି ମଣ୍ଡପ ରାସ୍ତାରେ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯାଇଛି ।

୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଓ ସୂଚନା ଭବନରୁ ରବୀନ୍ଦ୍ର ମଣ୍ଡପ ରାସ୍ତା ବନ୍ଦ କରାଯାଇଛି । କେଶରୀ ହଲ୍‌ରୁ ଟ୍ରେଜେରୀ ଅଫିସ ଓ ଆଇଜି ପାର୍କ ରାସ୍ତା ଦେଇ ଲୋକେ ଏଜି ଛକକୁ ଯାଇପାରିବେ । ଆତ୍ମହତ୍ୟା କରିବା ପାଇଁ ଯିଏ ବି ଉସୁକାଇବେ, ତାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।