ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ, ୩୦ ଦିନ ଆଗରୁ ସରିଲା ବିଧାନସଭା ଅଧିବେଶନ | News Room Odisha

ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ, ୩୦ ଦିନ ଆଗରୁ ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର- ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହ ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବୀ ରଖିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଥିଲେ । ୩୦ ଦିନ ଆଗରୁ ବିଧାନସଭାର ଶୀତକାଳିନ ଅଧିବେଶନ ଶେଷ ହୋଇଛି ।

ମୁଲତବୀ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୧୧ ହଜାର ୭ ଶହ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି ।

ଆଲୋଚନାରେ ଭାଗ ନେଲା ନାହିଁ ବିଜେପି । ଶୀତକାଳୀନ ଅଧିବେଶନ ମାତ୍ର ୧୦ ଦିନ ଚାଲିଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ହଟ୍ଟଗୋଳ କରିଥିବାରୁ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।

Odisha Assembly