ଆୟ ବହିର୍ଭୂତ ସଂପତି ମାମଲା : ଭିଜିଲାନସ ଆଗରେ ହାଜର ହେଲେ ଅଭୟଙ୍କ ଡ୍ରାଇଭର ଓ ୫ ବ୍ୟାଙ୍କ କର୍ମଚାରୀ | News Room Odisha

ଆୟ ବହିର୍ଭୂତ ସଂପତି ମାମଲା : ଭିଜିଲାନସ ଆଗରେ ହାଜର ହେଲେ ଅଭୟଙ୍କ ଡ୍ରାଇଭର ଓ ୫ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଭିଜିଲାନ୍ସ ଆଗରେ ହାଜର ହୋଇଛନ୍ତି ତାଙ୍କ ଡ୍ରାଇଭର । ପୂର୍ବରୁ ଭିିଜିଲାନ୍ସ ଚଢାଉ ବେଳେ ଅଭୟକାନ୍ତଙ୍କ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଜି ଏହି ମାମଲାରେ ୫ ବ୍ୟାଙ୍କ କର୍ମଚାରୀ ବି ଭିଜିଲାନ୍ସରେ ହାଜର ହୋଇଛନ୍ତି । ସେମାନଙ୍କ ମଧ୍ୟ ଭିଜିଲାନ୍ସ ହାଜର ହେବା ପାଇଁ ସମନ କରିଥିଲା । ଅଭୟଙ୍କ ପୁତୁରା ହର୍ଷ ପାଠକଙ୍କୁ ବି ସମନ କରାଯାଇଛି । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଭିଜିଲାନ୍ସର ଚଢାଉର ସମ୍ମୁଖୀନ ହେଲା ପରେ ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ଏବେ ଜେଲରେ ଅଛନ୍ତି । ଅଭୟକାନ୍ତଙ୍କ ଭାବୀ ସମୁଦି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।