ଜୁନ-ଜୁଲାଇ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଲା | News Room Odisha

ଜୁନ-ଜୁଲାଇ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଗତ ୨୪ ଘଂଟା ମଧ୍ୟରେ ୪ ଶହ ତଳକୁ ଖସିଛି । ୨୪ ଘଂଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮ ନୂଆ ଆକ୍ରାନ୍ତ । ଜୁନ-ଜୁଲାଇ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ତଳକୁ ଖସିଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୩୭, କଟକରୁ ୨୪, ବାଲେଶ୍ୱରରୁ ୧୪, ଅନୁଗୁଳରୁ ୩୮, ମୟୂରଭଞ୍ଜରୁ ୩୪, ସୁନ୍ଦରଗଡରୁ ୩୨, ପୁରୀରୁ ୧୯, ବଲାଙ୍ଗିରରୁ ୨୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୧୦୩କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୨ ହଜାର ୬୫ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୫ ହଜାର ୨୪୧ ।

ଏଣେ ଦିନକରେ ଆଉ ୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

COVID-19