ଠକେଇ ମାମଲାରେ ଆକାଶ ପାଠକଙ୍କ ବିରୋଧରେ କ୍ରାଇମବ୍ରାଂଚ ତଦନ୍ତ, ଅଭୟଙ୍କ ବିରୋଧରେ ଆଜି ପୁଣି ଚଢାଉ | News Room Odisha

ଠକେଇ ମାମଲାରେ ଆକାଶ ପାଠକଙ୍କ ବିରୋଧରେ କ୍ରାଇମବ୍ରାଂଚ ତଦନ୍ତ, ଅଭୟଙ୍କ ବିରୋଧରେ ଆଜି ପୁଣି ଚଢାଉ

ବ୍ରହ୍ମପୁର – ଚାକିରି କରାଇଦେବା ପାଇଁ କହି ଲୋକଙ୍କଠାରୁ ମୋଟା ରକମର ଅର୍ଥ ଆଦାୟ ମାମଲାରେ ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏ ବାବଦରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଂଚର ୭ ଜଣିଆ ଟିମ ପହଂଚିଛନ୍ତି । ଟିମରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ୩ ଜଣ ଏସଆଇ ଅଛନ୍ତି । ଟାଟା କଂପାନିରେ ଚାକିରି ଦେବା ନେଇ ଆକାଶ ଲୋକଙ୍କୁ ଠକିଥିବା ଅଭିଯୋଗର ତଦନ୍ତ କରୁଛି କ୍ରାଇମବ୍ରାଂଚ ଟିମ୍ ।

ଏଣେ ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କ ବିରୋଧରେ ପୁଣି ପଦକ୍ଷେପ ସ୍ୱରୂପ ଏକାଧିକ ଜାଗାରେ ଚଢାଉ କରିିଛି ଭିଡିଲାନ୍ସର ଏସଆଇଟି । ଅଭୟକାନ୍ତଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚଢାଇ ଚାଲିଛି । ୧୨ଟି ଟିମ ଚଢାଉରେ ନିୟୋଜିତ ହୋଇଛନ୍ତି । ସରକାରୀ ବାସଭବନ, ପିସିସିଏଫ କାର୍ଯ୍ୟାଳୟରେ ବି ଚଢାଉ ହୋଇଛି ।