କଟକରେ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଗଠନ ହେଲା ଜିଲ୍ଲାସ୍ତରୀୟ କମିଟି, ଏଣିକି ନିୟମିତ ଚଢାଉ | News Room Odisha

କଟକରେ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଗଠନ ହେଲା ଜିଲ୍ଲାସ୍ତରୀୟ କମିଟି, ଏଣିକି ନିୟମିତ ଚଢାଉ

କଟକ- କଟକରେ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଛି । ଏଣିିକି ନକଲି କାରବାର ରୋକିବାକୁ ନିୟମିତ ଚଢାଉ ହେବ । ଏ ନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ୍ ଅଫିସରର ଦାୟିତ୍ୱ ଦିଆଯାଇଛି । ନକଲି କାରବାର ରୋକିବାକୁ ଏକ ଟୋଲ ଫ୍ରି ନମ୍ବର ଜାରି ହେବ । ଗତ ଦେଢ ମାସରେ ୧୪ଟି ନକଲି କାରଖାନା ଠାବ କରାଯାଇଛି ।