ଡ୍ରଗ୍ସ ଲିଙ୍କ୍ : ପ୍ରାୟ ତିନି ମାସ ପରେ ଜେଲରୁ ମୁକୁଳିଲେ ରିୟାଙ୍କ ଭାଇ ଶୌଭିକ | News Room Odisha

ଡ୍ରଗ୍ସ ଲିଙ୍କ୍ : ପ୍ରାୟ ତିନି ମାସ ପରେ ଜେଲରୁ ମୁକୁଳିଲେ ରିୟାଙ୍କ ଭାଇ ଶୌଭିକ

ମୁମ୍ବାଇ – ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ୍ ରେ ଗିରଫ ହେବାର ପ୍ରାୟ ତିନି ମାସ ପରେ ଜେଲରୁ ମୁକୁଳିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି । ଆଜି ଶୌଭିକଙ୍କୁ ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ମାରାଥନ ଜେରା ପରେ ଶୌଭିକଙ୍କୁ ସେପ୍ଟେମ୍ବର ୫ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗିରଫ କରିଥିଲା । ରିୟା ଓ ତାଙ୍କ ଭାଇ ଶୌଭିକଙ୍କ ସମେତ ପ୍ରାୟ ୨୦ ଜଣଙ୍କ ବିରୋଧରେ ଡ୍ରଗ୍ସ ରଖିବା ଓ ସେବନ କରିବା ଅଭିଯୋଗରେ ଏନସିବି ମାମଲା ରୁଜୁ କରିଥିଲା । ଏହି ମାମଲାରେ ରିୟାଙ୍କୁ ବି ଏନ୍‌ସିବି ଗିରଫ କରିଥିଲା । ପରେ ସେ ଜାମିନରେ ମୁକୁଳିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଏହି ମାମଲାରେ ଏନସିବି ଖୋଳତାଡ଼ ଆରମ୍ଭ କରିବା ସହ ବହୁ ହାଇ ପ୍ରୋଫାଇଲ ବଲିଉଡ୍ ସେଲିବ୍ରିଟିଙ୍କୁ ପଚରା ଉଚରା କରିଥିଲା । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କାପୁର ଓ ଅର୍ଜୁନ ରାମପାଲଙ୍କ ସମେତ ଆହୁରି ଅନେକ ନାମୀ ସେଲିବ୍ରିଟିଙ୍କୁ ଏନସିବି ଜେରା କରିଥିଲା ।