ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ଟପିଲା, ଦିନକରେ ଆଉ ୩୫ ହଜାର ମାମଲା | News Room Odisha

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ଟପିଲା, ଦିନକରେ ଆଉ ୩୫ ହଜାର ମାମଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୫,୫୫୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫ ଲକ୍ଷ ଟପିଛି । ସଂକ୍ରମିତଙ୍କ ସଂଖ୍ୟା ଏବେ ୯୫ ଲକ୍ଷ ୩୫ ହଜାରକୁ ବୃଦ୍ଧି ପାଇଛି । ଗତ ଚାରିଦିନ ଧରି ଦୈନିକ ମାମଲା ୪୦ ହଜାରରୁ କମ୍ ରହିଛି । ଦିନକରେ ଏହି ମହାମାରୀ ଆଉ ୫୨୬ ଜଣଙ୍କ ମୁଣ୍ଡ ନେଇଛି । କରୋନାରେ ଏଯାବତ ଦେଶରେ ୧ ଲକ୍ଷ ୩୮ ହଜାରର ୬୪୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ୪୦,୭୨୬ ରୋଗୀ ସୁସ୍ଥ ବି ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୯ ଲକ୍ଷ ୭୩ ହଜାରକୁ ବୃଦ୍ଧି ପାଇଛି । ଭାରତରେ ଏବେ ମୋଟ ୪ ଲକ୍ଷ ୨୨ ହଜାର ୯୪୩ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ମହରାଷ୍ଟ୍ର, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ସର୍ବାଧିକ ଦୈନିକ ମାମଲା ସାମ୍ନାକୁ ଆସିଛି ।