ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର | News Room Odisha

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ – ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୭ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୨ ରେ ଲିଟର ପିଛା ୭ ରୁ ୮ ପଇସା ହ୍ରାସ ପାଇଥଲା । ତେବେ ଅକ୍ଟୋବର ମାସରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ରାଜଧାନୀ ଦିଲ୍ଲୀରେ ନଭେମ୍ବର ୨୦ ରୁ ପେଟ୍ରୋଲ ୧.୬୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ଡିଜେଲ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଡିଜେଲ ଲିଟର ପିଛା ୨.୩୮ ଟଙ୍କା ମହଙ୍ଗା ହୋଇଛି। ଜୁଲାଇ ଏବଂ ଅଗଷ୍ଟରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦରରେ ଲଗାତର ବୃଦ୍ଧି ଘଟିଥିଲା । ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି।