ରମାଦେବୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ରମାଦେବୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନାରୀନେତ୍ରୀ ରମାଦେବୀ ଚୌଧୁରୀଙ୍କ ଜୟନ୍ତୀ । ଏହି ଅବସରରେ ରମାଦେବୀଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ଯେ, ରମାଦେବୀଙ୍କ ଯୋଗଦାନରେ ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓଡିଶାରେ ବଳିଷ୍ଠ ରୂପ ନେଇଥିଲା । ପଛୁଆ ବର୍ଗଙ୍କ ଉନ୍ନତି ସହ ସମାଜ ସଂସ୍କାର, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜ ଅବଦାନ ପାଇଁ ରମାଦେବୀ ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।