ବ୍ରହ୍ମପୁର: ୩ ଗିରଫ, ୧୩ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଜବତ  | News Room Odisha

ବ୍ରହ୍ମପୁର: ୩ ଗିରଫ, ୧୩ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଜବତ 

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ଚୋରି ଘଟଣାର ପର୍ଦ୍ଧାଫାଶରେ ସଫଳତା ମିଳିଛି। ବ୍ରହ୍ମପୁର ଏସପି ଡାଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଓ ସଦର ଏସଡିପିଓ ଏବଂ ବଡ଼ବଜାର, ଗୋଳନ୍ଥରା, ନିମଖଣ୍ଡି ଥାନାଧିକାରୀମାନେ ୩ ଲୁଟେରାଙ୍କୁ କାବୁ କରିଛନ୍ତି। ଗିରଫ ଚୋରମାନଙ୍କ ନିକଟରୁ ପୁଲିସ ପ୍ରାୟ ୧୩ ଲକ୍ଷ ୨୭ ହଜାର ୫୦୦ରୁ ଅଧିକ ଟଙ୍କା ମୂଲ୍ୟର ୨୬୫.୫ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଓ ୩୫୦.୬ ଗ୍ରାମର ରୂପା ଅଳଙ୍କାର ଜବତ କରାଯାଇଥିବା ଜଣାପଡ଼ିଛ। ଉପରୋକ୍ତ ତିନି ଥାନା ଇଲାକାରେ ୪ଟି ଚୋରି ଘଟଣାରେ ଏମାନଙ୍କୁ ଗିରଫ କରାଯିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର କରାଯାଇଛି। ବଡ଼ବଜାର ଓ ନିମଖଣ୍ଡି ଥାନା ଅଞ୍ଚଳର ଗୋଟିଏ ଲେଖାଏଁ ହୋଇଥିବା ବେଳେ ଅନ୍ୟ ୨ଟି ଗୋଳନ୍ଥରା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଗିରଫ ୩ ଚୋର ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଏସ.ସନ୍ତୋଷ (୩୫), ଟି.ଭଜନ (୨୦) ଓ ଟି.ଦିଲ୍ଲୀପ (୧୯) ଅଟନ୍ତି।