ଭିଏତନାମ: ବାରରେ ଭୟଙ୍କର ଅଗ୍ନିକାଣ୍ଡ, ୩୨ ମୃତ | News Room Odisha

ଭିଏତନାମ: ବାରରେ ଭୟଙ୍କର ଅଗ୍ନିକାଣ୍ଡ, ୩୨ ମୃତ

ହାନୋଇ: ଭିଏତନାମର ଥୁଆନ୍ ଆନ୍ ସହରର ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।

ଦେଶର ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ‘କାରାଓକେ ବାର୍’ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ନିଆଁ ଲାଗିଯିବାରୁ ଅନେକ ଲୋକ ଏବଂ କର୍ମଚାରୀ ଫସି ରହିଥିଲେ।

ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ମହଲାରୁ ନିଆଁ ଲାଗିଥିଲା, ଯାହା ଶୀଘ୍ର ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ସେଠାରେ କିଛି ଦହନଶୀଳ ସାମାନ ରଖାଯାଇଥିବାରୁ ନିଆଁ ପ୍ରକୋପ ବଢିଥିଲା ।

ଜନ ସୁରକ୍ଷା ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର କଙ୍ଗ ଆନ୍ ନାନ୍ ଡାନଙ୍କ ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ୩୨ ଜଣଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଏବଂ ୧୫ ମହିଳା ଅଛନ୍ତି।ସୂଚନା ଅନୁଯାୟୀ, ନିଆଁ ଲାଗିବା ବେଳେ ବାରରେ ପ୍ରାୟ ୬୦ ଜଣ ଲୋକ ଉପସ୍ଥିତ ଥିଲେ।