'ଅଗ୍ନିପଥ' ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ୩୫ଟି ହ୍ବାଟସଆପ୍ ଗ୍ରୁପକୁ ବ୍ୟାନ କଲେ ସରକାର | News Room Odisha

‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ୩୫ଟି ହ୍ବାଟସଆପ୍ ଗ୍ରୁପକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ‘ଅଗ୍ନିପଥ’ ସେନା ନିଯୁକ୍ତି ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ସରକାର ରବିବାର ୩୫ ଟି ହ୍ବାଟସଆପ୍ ଗ୍ରୁପ୍ ଉପରେ କଟକଣା ଲଗାଇଛନ୍ତି। କିଛି ଦିନ ତଳେ ଏହି ଯୋଜନା ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ସରକାରୀ ଅଧିକାରୀ କହିଛନ୍ତି ଯେ ‘ଅଗ୍ନିପଥ’ ଯୋଜନା ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ୩୫ଟି ହ୍ବାଟସଆପ୍ ଗୋଷ୍ଠୀକୁ ସରକାର ବ୍ୟାନ୍ କରିଛନ୍ତି।

ତେବେ ଏହି ହ୍ବାଟସଆପ୍ ଗ୍ରୁପ୍ ବିଷୟରେ କିମ୍ବା ସେମାନଙ୍କ ‘ଆଡମିନ୍’ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି କି ନାହିଁ ତାହା ତୁରନ୍ତ ଜଣା ପଡିନାହିଁ |

ବ୍ୟାପକ ବିରୋଧ ସତ୍ତ୍ଵେ ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି କହି ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ରବିବାର ଏହି ନୂଆ ଯୋଜନା ଅନୁଯାୟୀ ନିଯୁକ୍ତି ପାଇଁ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରିଛନ୍ତି । ଏବଂ ସଶସ୍ତ୍ର ବାହିନୀର ବୟସ ସମ୍ବନ୍ଧୀୟ ପ୍ରୋଫାଇଲକୁ ହ୍ରାସ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ତିନି ସେନା ପକ୍ଷରୁ କୁହାଯାଇଛି ।