ସୁଦାନରୁ ଫେରିଲେ ୩୬୦ ଭାରତୀୟ | News Room Odisha

ସୁଦାନରୁ ଫେରିଲେ ୩୬୦ ଭାରତୀୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅପରେସନ୍ କାବେରୀ ଅଧୀନରେ ସୁଦାନରୁ ପ୍ରଥମ ବ୍ୟାଚ୍ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ସେ ଭାରତ ଫେରିଥିବା ଲୋକଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଭାରତ ସ୍ବଦେଶ ଫେରିଥିବା ନିଜ ଲୋକଙ୍କୁ ସ୍ୱାଗତ କରୁଛି।

ସେ ଆହୁରି ଲେଖିଛନ୍ତି, “ଅପରେସନ୍ କାବେରୀ ଅଧୀନରେ ଏଯାବତ୍ ୩୬୦ ଭାରତୀୟ ନାଗରିକ ଘରକୁ ଫେରିଛନ୍ତି। ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଞ୍ଚି ସାରିଛି।”

ସୁଦାନରେ ସାମରିକ ସରକାରର ହିଁ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଏହି ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।