ରାଜ୍ୟରେ ସୁସ୍ଥ ହୋଲୋ ୩ ହଜାର ୮୧୭ କୋରୋନା ରୋଗୀ, ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ଟପିଲା, ଖୋର୍ଧା ଜିଲ୍ଲାରୁ ୯୬୯ ସୁସ୍ଥ | News Room Odisha

ରାଜ୍ୟରେ ସୁସ୍ଥ ହୋଲୋ ୩ ହଜାର ୮୧୭ କୋରୋନା ରୋଗୀ, ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ଟପିଲା, ଖୋର୍ଧା ଜିଲ୍ଲାରୁ ୯୬୯ ସୁସ୍ଥ

ଭୁବନେଶ୍ୱର – ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହୋଇଛନ୍ତି ୩ ହଜାର ୮୧୭ ରୋଗୀ । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୬୯ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୩୬୮, ବରଗଡରୁ ୧୫୧, ବାଲେଶ୍ୱରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡରୁ ୧୧୦ ଓ କେନ୍ଦ୍ରାପଡାରୁ ୧୦୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ବଲାଙ୍ଗିରରୁ ୯୩, ଯାଜପୁରରୁ ୯୧, ମୟୂରଭଂଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩ ଓ ଭଦ୍ରକରୁ ୮୨ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୫୬ ଜଣ ସୁସ୍ଥ ହୋଇଛନ୍ତି ।

COVID-19