ଜାମ୍ମୁ: ସୁଡ଼ଙ୍ଗ ଭୁଶୁଡ଼ିଥିବା ସ୍ଥଳରୁ ୪ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ | News Room Odisha

ଜାମ୍ମୁ: ସୁଡ଼ଙ୍ଗ ଭୁଶୁଡ଼ିଥିବା ସ୍ଥଳରୁ ୪ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ

ଜାମ୍ମୁ: ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଏକ ଅଂଶ ଗୁରୁବାର ରାତିରେ ଭୁଶୁଡି ପଡିଥିଲା । ଘଟଣା ପରଠାରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୪ ଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୬ ନିଖୋଜ ଲୋକଙ୍କ ପାଇଁ ସନ୍ଧାନ କାର୍ଯ୍ୟ ଚାଲିଛି।

ଗୁରୁବାର ରାତିରେ ଖୁନି ନାଲା ଟନେଲର ଆଗ ପାର୍ଶ୍ଵର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସେନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଚାରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଟନେଲ ଭିତରେ ଫସି ରହିଥିଲେ ।