ଏମ୍ସ ନର୍ସଙ୍କ ଆନ୍ଦୋଳନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରୋକ୍‌, କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ | News Room Odisha

ଏମ୍ସ ନର୍ସଙ୍କ ଆନ୍ଦୋଳନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରୋକ୍‌, କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ – ବିଭିନ୍ନ ଦାବି ନେଇ ଚାଲିଥିବା ଦିଲ୍ଲୀ ଏମ୍ସ ନର୍ସଙ୍କ ଆନ୍ଦୋଳନ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ନର୍ସଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନର୍ସଙ୍କ ଆନ୍ଦୋଳନ ଉପରେ କଟକଣା ଲଗାଇବାକୁ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନର୍ସଙ୍କ ଆନ୍ଦୋଳନ ବେଆଇନ । ଏହା ଶିଳ୍ପ ବିବାଦ ଆଇନ ଓ ଦିଲ୍ଲୀ ହାଇକୋର୍ଟଙ୍କ ଏକ ପୂର୍ବ ରାୟର ଉଲ୍ଲଂଘନ ବୋଲି ଏମ୍ସ କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ । ଜଷ୍ଟିସ୍ ନବୀନ ଚାୱଲାଙ୍କୁ ନେଇ ଜଣିକିଆ ଖଣ୍ଡପୀଠ କହିଥିଲେ ଯେ, ନର୍ସଙ୍କ ଦାବି ପୂରଣ କରିବାକୁ ଏମ୍ସ କର୍ତ୍ତୃପକ୍ଷ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ପରବର୍ତ୍ତୀ ଆଦେଶ ଯାଏଁ ନର୍ସମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ହେବ ।